ଅତି ଭୀଷଣ ବେଗରେ ମାଡିଆସୁଛି ‘ୟାସ୍‌’: ଆଉ ମାତ୍ର ଧାମରାଠାରୁ ୪୦ କି.ମି ଦୂରରେ

ପ୍ରବଳ ବେଗରେ ମାଡିଆସୁଛି ବାତ୍ୟା ୟାସ। ଏହା ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଚାଲିଛି। ବାତ୍ୟା ୟାସ ଦିନ ୧୧ଟାରୁ ୧ଟା ମଧ୍ୟରେ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ। ପୂର୍ବରୁ ଲ୍ୟାଣ୍ଡଫଲ ବେଳେ ଏହାର ସର୍ବାଧିକ ବେଗ ୧୮୫ କିମି ରହିବ ବୋଲି କୁହାଯାଇଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମିକୁ ଖସି ଆସିଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦିନ ୧୦ଟାରେ ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ ହେବ। ଦିନ ୧୧ଟାରୁ ୧ଟା ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ। ଭୂପୃଷ୍ଠ ଛୁଇଁବା କ୍ଷଣି ୟାସ ଦୁର୍ବଳ ହେବା ଆରମ୍ଭ ହେବ। ବାଲେଶ୍ୱର ଜିଲାରେ ପବନର ବେଗ ସର୍ବାଧିକ ରହିବ। ପୂର୍ବରୁ ଆମେ ୧୫୫ରୁ ୧୬୫ କିମି ବେଗରେ ପବନ ବହିବ ବୋଲି କହିଥିଲୁ। କିନ୍ତୁ ଏବେ ଏହା ୧୩୦ରୁ ୧୪୦ କିମି ରହିବ ବୋଲି ସେ କହିଛନ୍ତି।

Share