Categories: ଜାତୀୟ

ଟିକା ନେବା ପରେ ପ୍ରତି ୧୦ ହଜାରରୁ ୨-୪ ଜଣ ଆକ୍ରାନ୍ତ ହେଉଛନ୍ତି

ନୂଆଦିଲ୍ଲୀ,୨୧।୪: ଟିକା ନେବା ପରେ କରୋନା ଖୁବ୍‌ କମ୍‌ ସଂଖ୍ୟାରେ ଲୋକେ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି। ଆଉ ଏହା ଚିନ୍ତା ଜନକ ନୁହେଁ ବୋଲି ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଟିକା ନେବା ପରେ ଆକ୍ରାନ୍ତ ହେବାକୁ ‘ବ୍ରେକଥ୍ରୁ ଇନ୍‌ଫେକଶନ’ କୁହାଯାଏ। ଟିକା ନେଇଥିବା ପ୍ରତି ୧୦ ହଜାର ଲୋକଙ୍କ ମଧ୍ୟରୁ କେବଳ ୨ରୁ ୪ ଜଣଙ୍କ ଠାରେ କୋଭିଡ୍‌ ଭାଇରସ ଦେଖାଯାଉଛି। ଏହା ଖୁବ୍‌ ଛୋଟ ସଂଖ୍ୟା ବୋଲି ଆଇସିଏମ୍‌ଆର ଡିଜି ବଳରାମ ଭାର୍ଗବ କହିଛନ୍ତି।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, କୋଭାକ୍ସିନର ଦ୍ୱିତୀୟ ଡୋଜ ନେବା ପରେ ୦.୦୪ ପ୍ରତିଶତ ଲୋକେ ଆକ୍ରାନ୍ତ ହେଉଥିବାବେଳେ କୋଭିଶିଲ୍ଡ କ୍ଷେତ୍ରରେ ଏହା ୦.୦୩ ପ୍ରତିଶତ। ପୂରା ଦେଶରେ ଉଭୟ ଟିକାର ପ୍ରଥମ ଡୋଜ ନେଇଥିବା ୨୧ ହଜାର ଓ ଦ୍ୱିତୀୟ ଡୋଜ ପରେ ସାଢ଼େ ୫ ହଜାର ଲୋକ କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।

Share