ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅରୁଣ ବାଲିଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ବୟସ ହୋଇଥିଲା। ସେ ନ୍ୟୁରୋମସ୍କୁଲାର ମାଇଷ୍ଟେନିଆ ଗ୍ରାଭିସରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅରୁଣ ବାଲିଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ଶୁକ୍ରବାର ମୁକ୍ତିଲାଭ କରିଛି। ଯେଉଁଥିରେ ଅରୁଣ ବାଲିଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିବ।
ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ରଶ୍ମିକା ମନ୍ଦାନା, ନୀନା ଗୁପ୍ତା, ସୁନୀଲ ଗ୍ରୋଭର, ପାଭେଲ ଗୁଲାଟି, ଆଶିଷ ବିଦାର୍ଥୀ, ସାହିଲ ମେହେଟ୍ଟା, ଶିବିନ ନାରଙ୍ଗ ଏବଂ ଅଭିଷେକ ଖାନ ମଧ୍ୟ ଅଭିନୟ କରିଛନ୍ତି। ଅରୁଣ ବାଲିଙ୍କୁ ଥ୍ରୀ ଇଡିଅଟ୍ସ, କେଦାରନାଥ, ପାନିପାଟ, ହେ ରାମ, ଦାଣ୍ଡ ନାୟକ, ରେଡୀ, ଜାମିନ, ପୋଲିସୱାଲା ଗୁଣ୍ଡା, ଫୁଲ ଅର ଅଙ୍ଗାର, ଏବଂ ରାମ ଜାନେ ଆଦି ଫିଲ୍ମରେ ଦେଖିବାକୁ ମିଳିଥିଲା।

Share