୨ ମାସ ଭିତରେ ମାତା, ପିତାଙ୍କୁ ହରାଇଲେ ମହେଶ ବାବୁ

ସାଉଥ ସିନେମାର ଲୋକପ୍ରିୟ ଅଭିନେତା ମହେଶ ବାବୁଙ୍କ ପାଇଁ ସମୟ ଏବେ ଭଲ ଚାଲିନାହିଁ। ନିକଟରେ ମାତାଙ୍କୁ ହରାଇଥିବା ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଘଟିଛି। ତାଙ୍କ ପିତା କ୍ରିଷ୍ଣା ଘଟ୍ଟାମନାନେନୀ ୮୦ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ହୃଦ୍‌ଘାତ ଯୋଗୁ କ୍ରିଷ୍ଣାଙ୍କୁ ସୋମବାର ସକାଳେ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କ୍ରିଷ୍ଣା ତେଲୁଗୁ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ପରିଚିତ ଥିଲେ। ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ସେ ପ୍ରାୟ ୩୫୦ ଚଳଚ୍ଚିତ୍ରରେ କାମ କରିଥିଲେ। ଗତ ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମାତା ଇନ୍ଦିରା ଦେବୀଙ୍କ ମଧ୍ୟ ପରଲୋକ ଘଟିଥିଲା।

Share