Categories: ଜାତୀୟ

ଆଇସିୟୁରେ ସାଇରା ବାନୁ

ମୁମ୍ବାଇ,୧।୯: ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ରକ୍ତଚାପ ଜନିତ ସମସ୍ୟା ପାଇଁ ୩ ଦିନ ତଳେ ସେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଇରାଙ୍କ ସ୍ବାମୀ ଅଭିନେତା ଦିଲୀପ କୁମାର ଗତ ଜୁଲାଇ ୭ରେ ୯୮ ବର୍ଷ ବୟସରେ ପରଲୋକ ଘଟିଥିଲା। ଉଭୟ ସାଇରା ଓ ଦିଲୀପ କୁମାର ସାଗିନା, ଗୋପୀ, ବୈରାଗ, ଦୁନିଆ ଆଦି ଅନେକ ଚଳଚ୍ଚିତ୍ରରେ ଏକତ୍ର ଅଭିନୟ କରିଥିଲେ। ୧୯୬୬ରେ ଉଭୟଙ୍କର ବିବାହ ହୋଇଥିଲା।

Share