କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ସେଲିବ୍ରିଟ ସଂକ୍ରମିତ ହୋଇଛନ୍ତି। ଏଥିରେ ଅନେକ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଦକ୍ଷିଣ, ଭୋଜପୁରୀ ଏବଂ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିବା ଭେଟେରାନ ଅଭିନେତ୍ରୀ ଶ୍ରୀପଦାଙ୍କର କରୋନା ମହାମାରୀରେ ମୃତ୍ୟୁ ଘଟିଛି। ସେ ଅନେକ ଦକ୍ଷିଣ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଶ୍ରୀପଦା ୧୯୭୮ରେ ପୁରାନା ପୁରଷ ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଗୋବିନ୍ଦା, ବିନୋଦ ଖାନ୍ନା, ଧର୍ମେନ୍ଦ୍ର, ଗୁଲଶାନ ଗ୍ରୋଭର ଭଳି ବଡ ତାରକାଙ୍କ ସହ କାମ କରିଥିଲେ। ଶ୍ରୀପଦା ଶୋଲେ, ତୁଫାନ, ଆଜାମଇଶ, ବେୱାଫା ସାନମ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ବଲିଉଡ ବ୍ୟତୀତ ଶ୍ରୀପଦା ୬୮ଟି ଭୋଜପୁରୀ ହିଟ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Share