ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା। ଏହାକୁ ନେଇ ତାଙ୍କୁ ମୁମ୍ବାଇସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୭ରେ ତବସୁମ୍‌ ‘ବେବି ତବସୁମ’ ନାମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଶିଶୁ କଳାକାର ଭାବେ ସେ ବେଶ ନାମ କମାଇଥିଲେ। ଏହାପରେ ସେ ଅନେକ ଫିଲ୍ମ ଏବଂ ଟେଲିଭଜନ ଶୋ’ରେ କାମ କରିଥିଲେ।

୨୦୨୧ ଏପ୍ରିଲରେ ତାଙ୍କର ନିଧନ ନେଇ ଗୁଜବ ସାମ୍ନାକୁ ଆସିଥିଲା। ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଖବରକୁ ମିଥ୍ୟା ବୋଲି କହିଥିଲେ।

Share