ଆଇସିୟୁରେ ଅଭିନେତ୍ରୀ ତନୁଜା

ମୁମ୍ବାଇ: ତାଙ୍କ ସମୟର ଜଣାଶୁଣା ବଲିଉଡ ଅଭିନେତ୍ରୀ ତନୁଜାଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ସାରେ ତନୁଜାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ବାର୍ଦ୍ଧକ୍ୟ ରୋଗ ହେତୁ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ତନୁଜା ଅବଜରଭେଶନରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ଚିନ୍ତା କରିବାର କିଛି ନାହିଁ ବୋଲି ଡାକ୍ତରମାନେ କହିଛନ୍ତି। ୮୦ ବର୍ଷିୟ ଏହି ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟ ଉପରେ ଲଗାତାର ମନିଟରିଂ କରାଯାଉଛି। ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲଙ୍କ ମା’ ହେଉଛନ୍ତି ତନୁଜା।
ଅଭିନେତ୍ରୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ, ସେ ଅନେକ ହିନ୍ଦୀ ଏବଂ ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ହେଉଛନ୍ତି ବିଗତ ଦିନର ତାରକା ଶୋଭନା ସମର୍ଥ ଏବଂ ନିର୍ମାତା କୁମାରସେନ ସମର୍ଥଙ୍କ ଝିଅ। ସେ ନୁତନଙ୍କ ଭଉଣୀ।
ତନୁଜା ୨୩ ସେପ୍ଟେମ୍ବର ୧୯୪୩ରେ ଜନ୍ମଗ୍ରହଣ କରିଥିଲେ। ଏହି ଅଭିନେତ୍ରୀ ଅଳ୍ପ ବୟସରେ ଅଭିନୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ମାତ୍ର ୧୬ବର୍ଷ ବୟସରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ‘ଛବିଲି’ (୧୯୬୦)ରେ ରିଲିଜ ହୋଇଥିଲା ଏବଂ ଏହା ପରେ ସେ ୧୯୬୨ରେ ଫିଲ୍ମ ‘ମେମ ଦିଦି’ରେ ଅଭିନୟ କରିଥିଲେ।
ଏହା ବ୍ୟତୀତ ଅଭିନେତ୍ରୀ ‘ବାହାରେଁ ଫିର ଭୀ ଆୟେଙ୍ଗି’, ‘ଜୁଏଲ ଥିଫ’, ‘ହାଥୀ ମେରେ ସାଥି’ ଏବଂ ‘ମେରେ ଜୀନ ସାଥି’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା। ତନୁଜା ଅନେକ ବଙ୍ଗୀୟ ଫିଲ୍ମ ମଧ୍ୟ କରିଛନ୍ତି। ଏହା ସହିତ ଶୋମୁ ମୁଖାର୍ଜୀଙ୍କ ସହ ଫିଲ୍ମ ‘ଏକ ବାର ମୁସ୍କୁରା ଦୋ’ର ସେଟରେ ହୋଇଥିଲା। ୧୯୭୩ରେ ଦୁହେଁ ବିବାହ କରିଥିଲେ। ତନୁଜାଙ୍କର ଦୁଇ ଝିଅ କାଜଲ ଏବଂ ତନିଶା ଅଛନ୍ତି।

Share