Categories: ଖେଳ

ଭାରତୀୟ ଅଲିମ୍ପିକ ଆସୋସିଏଶନ୍‌ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରେ ଉଷା ଥିଲେ। ଭାରତୀୟ ଅଲିମ୍ପିକ ଆସୋସିଏଶନ କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଡିସେମ୍ବର ୧୦, ୨୦୨୨ରେ ଅନୁଷ୍ଠିତ ହେବ।

ଉଷା ଟୁଇଟ କରି କହିଛନ୍ତି, ମୋର ସାଥୀ ଆଥଲେଟ୍ସ ଏବଂ ନ୍ୟାସନାଲ ଫେଡେରେସନ୍ସର ଉଷ୍ମ ସମର୍ଥନ ସହିତ ମୁଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରି ଗୌରବାନ୍ବିତ ମନେ କରୁଛି।

କହିରଖୁଛୁ, ୧୯୮୪ ମସିହାରେ ଲସ ଏଞ୍ଜେଲେସ୍‌ରେ ହୋଇଥିବା ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ପି.ଟି ଉଷା। ଆଜି ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Share