Categories: ଜାତୀୟ

କେରଳରେ କଂଗ୍ରେସକୁ ଝଟ୍‌କା: ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଲେ ସୁଧିରନ

ଥିରୁଭାନନ୍ତପୁରମ,୨୭ ।୯: କେରଳର ବରିଷ୍ଠ କଂଗ୍ରେସ ନେତା ବି ଏସ୍ ସୁଧିରନ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦୁଇଦିନ ପୂର୍ବରୁ ସେ କେପିସିସିର ରାଜନୈତିକ ମାମଲାର ସମିତି ଛାଡି ଦେଇଥିଲେ । ତାଙ୍କ ନିକଟତମ ସୂତ୍ରରୁ ଏହି ଖବର ମିଳିଛି । ସୂତ୍ର ପକ୍ଷରୁ ପିଟିଆଇକୁ ସୂଚନା ଦିଆଯାଇଛି କି ସୁଧିରନ ଏଆଇସିସିରୁ ତାଙ୍କର ଇସ୍ତଫା ଦୁଇ ଦିନ ପୂର୍ବରୁ ଦେଇ ସାରିଥିଲେ । ତେବେ କଂଗ୍ରେସ ହାଇକମାଣ୍ଡ ଓ ସ୍ଥାନୀୟ ନେତାଙ୍କ ଯଥେଷ୍ଟ ପ୍ରୟାସ ପରେ ବି ସୁଧିରନ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର କେରଳ ପ୍ରଭାରୀ ତାରିକ ଅନୱର କହିଛନ୍ତି ଏ ସମ୍ପର୍କରେ ସେ ସୁଧିରନଙ୍କ ସହ କଥା ହେବେ ।

Share