ପରପାରିରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କର: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଦେଶର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଅମଲା ଶଙ୍କରଙ୍କର ଶୁକ୍ରବାର କୋଲକାତାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ହୋଇଥିଲା। ଅମଲା କୋରିଓଗ୍ରାଫର ଉଦୟ ଶଙ୍କରଙ୍କ ସ୍ତ୍ରୀ ତଥା ସୀତାର ପଣ୍ଡିତ ରବି ଶଙ୍କରଙ୍କ ବୋହୂ। ତାଙ୍କ ମୃତ୍ୟୁ ଖବର ନାତୁଣୀ ତଥା ନୃତ୍ୟଶିଳ୍ପୀ ଶ୍ରୀନନ୍ଦା ଶଙ୍କର ଟୁଇଟ୍‌କରି ଜଣାଇଛନ୍ତି।
ଅମଲା ୯୦ ବର୍ଷ ପର୍ଯ୍ୟନ୍ତ ନୃତ୍ୟ କ୍ଷେତ୍ରରେ ସକ୍ରିୟ ଥିଲେ। କଳା କ୍ଷେତ୍ରରେ ତାଙ୍କର ଯୋଗଦାନ ପାଇଁ ପଶ୍ଚିମବଙ୍ଗ ସରକାର ତାଙ୍କୁ ୨୦୧୧ରେ ‘ବଙ୍ଗ ବିଭୂଷଣ’ରେ ସମ୍ମାନୀତ କରିଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଅମଲାଙ୍କ ମୃତ୍ୟୁରେ ନୃତ୍ୟ ଜଗତରେ ଏକ ଅପରଣୀୟ କ୍ଷତି ହୋଇଛି।

Share