ପରଲୋକରେ କନ୍ନଡ ଅଭିନେତା ରାଜେଶ

ବେଙ୍ଗାଲୁରୁ,୧୯।୨: କନ୍ନଡ ସିନେମାର ଭେଟେରାନ ଅଭିନେତା ରାଜେଶଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା। ଶନିବାର ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗ ଓ କିଡନୀ ଖରାପ ହୋଇଯାଇଥିବାରୁ ରାଜେଶଙ୍କୁ ଫେବୃଆରୀ ୯ରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୦ ଦିନ ଧରି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଥିବା ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ସୁଚନାଯୋଗ୍ୟ, ରାଜେଶଙ୍କ ପ୍ରକୃତ ନାମ ହେଉଛି ବିଦ୍ୟାସାଗର। ୧୯୩୨ ଏପ୍ରିଲ ୧୫ରେ ବେଙ୍ଗାଲୁରର ଜନ୍ମ ଗ୍ରହଣ କରିଥିବା ରାଜେଶ କାଲା ଥପସ୍ବୀ ଭାବେ ବେଶ୍‌ ଜଣାଶୁଣା। ୬୦,୭୦ ଦଶକର ଭେଟେରାନ ଅଭିନେତା ରାଜେଶ ୧୫୦ରୁ ଊର୍ଦ୍ଧ୍ୱରୁ ଫିଲ୍ମରେ ଅଭିନୟ କରିଛନ୍ତି। ରାଜେଶଙ୍କ ବାୟୋପିକ୍‌ର ନାମ ହେଉଛି ‘କାଲାଥାପସ୍ବୀ ରାଜେଶ ଆତ୍ମକଥା’। ୨୦୧୪ରେ କନ୍ନଡ ସାହିତ୍ୟ ପରିଷଦ ଦ୍ୱାରା ତାଙ୍କୁ ଡ.ରାଜକୁମାର ସାଂସ୍କୃତିକ ସମ୍ମାନରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଶ୍ଚର୍ଯ୍ୟଜନକ ଘଟଣା: YouTube ଭିଡିଓ ଦେଖି ବିହାରରେ ଚିକିତ୍ସା କରୁଥିଲେ ଡାକ୍ତର, ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ପାଟନା,୧୬।୨: ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ, ବିହାର ପାଟନାର ଏକ ଘରୋଇ ହସ୍ପିଟାଲର ଜଣେ ଡାକ୍ତର YouTube ଭିଡିଓ ଦେଖି ରୋଗୀଙ୍କ ଚିକିତ୍ସା କରିଥିବା ଅଭିଯୋଗ ହୋଇଛି,...

ଜାତିସଂଘ ରିପୋର୍ଟ: ଭାରତରେ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲା ଇସଲାମିକ୍ ଷ୍ଟେଟ୍, ସବୁ ପଣ୍ଡ କରିଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୧୬।୨: ମିଳିତ ଜାତିସଂଘ (UN)ର ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଅନୁଯାୟୀ, ଇସଲାମିକ୍ ଷ୍ଟେଟ୍ (IS) ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା।...

ପ୍ରଥମ ଥର ଭଳି ପୁଣି ବେଡ଼ି ପକାଇ ତଡ଼ିଲା ଆମେରିକା: ବିରୋଧୀଙ୍କ ନିନ୍ଦା

ଚଣ୍ଡିଗଡ଼,୧୬।୨: ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି।...

President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…

ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ...

ମାସକୁ ଏତିକି ରୋଜଗାର କରୁଥିଲେ ମିଳିବ PM Awas ଘର, ଜାଣନ୍ତୁ ନିୟମ

ନିଜସୱ ଘର କରିବା ସମସ୍ତଙ୍କର ସୱପ୍ନ। ସମସ୍ତେ ନିଜ ସୱପ୍ନ ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ନିଜ ସୱର୍ଜିତ ପୁଞ୍ଜି ଜମା କରିବା ପରେ...

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌…

ଆସିଲା ଲିଷ୍ଟ, ଏମାନଙ୍କୁ ମିଳିବ PM Kisan ର ୧୯ତମ କିସ୍ତି, କେମିତି କରିବେ ଚେକ୍‌… ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସି ଖବର ।...

Man Living as Woman: ଭୂତ ଭୟରେ ୩୬ବର୍ଷ ଦରି ମହିଳାଙ୍କ ବେଶରେ ରହୁଛନ୍ତି ଏହି ପୁରୁଷ, ରାତିରେ ଦେଖନ୍ତି ଭୟଙ୍କର ଦୃଶ୍ୟ

Man Living as Woman: ଆଧୁନିକ ଯୁଗରେ ଏମିତି କିଛି ଅନ୍ଧବିଶ୍ୱାସ ରହିଛି ଯାହାକୁ କେବେ ବିଶ୍ୱାସ ମଧ୍ୟ କରିହେବ ନାହିଁ। ବିଜ୍ଞାନ କହୁଛି ଏ...

Jayalalithaa’s assets: ସରକାରଙ୍କୁ ହସ୍ତାନ୍ତର କରାଗଲା ଜୟଲଳିତାଙ୍କ ସମ୍ପତ୍ତି, ଏତିକି କିଲୋ ସୁନା ଅଳଙ୍କାରକୁ…

ଚେନ୍ନାଇ,୧୬ା୨: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ଜିନିଷପତ୍ର ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image