ଏହି ପ୍ରସିଦ୍ଧ ଗୀତିକାରଙ୍କ ପରଲୋକ

କିମ୍ବଦନ୍ତୀ ଗୀତିକାର ଅଭିଳାଷଙ୍କର ପରଲୋକ ଘଟିଛି। ଗତ କିଛିଦିନ ହେବ ସେ କ୍ୟାନସର ସହ ଲଢୁଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସେ ଯକୃତ କ୍ୟାନସରରେ ପୀଡିତ ହୋଇ ଗତ ୧୦ ମାସ ଧରି ଶଯ୍ୟାରେ ଥିଲେ। ତାଙ୍କର ଏକ ଅପରେସନ ମଧ୍ୟ ହୋଇଥିଲା। ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ନିକଟରେ ଅଭିଳାଷଙ୍କ ସ୍ତ୍ରୀ ଆର୍ଥିକ ସହାୟତା ପାଇଁ ନିବେଦନ କରିଥିଲେ। ଫିଲ୍ମ ‘ଅଙ୍କୁଷ’ର ଗୀତ ଇତ୍‌ନା ଶକ୍ତି ହମେ ଦେନା ଦାତା ’ଗୀତ ଅଭିଳାଷଙ୍କ କ୍ୟାରିୟର ସର୍ବଶ୍ରେଷ୍ଠ ଗୀତ ଥିଲା। ଏହି ଗୀତ ଲେଖିବାକୁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା। ଏହା ବ୍ୟତୀତ ସେ ଫିଲ୍ମ ‘ରଫତାର୍‌’ ଏକ ଗୀତ ‘ସଂସାର ହୈ ଏକ ନଦିଆ’ ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା। ସେ ଦୀର୍ଘ ୪୦ ବର୍ଷ ଧରି ଇଣ୍ଡଷ୍ଟ୍ରିୟରେ ସକ୍ରିୟ ଥିଲେ।

Share