Categories: ଖେଳ

ବିଶ୍ୱକପ୍‌ ଅଧାରୁ ଦଳ ଛାଡ଼ି ସ୍ବଦେଶ ଫେରିଗଲେ ଏହି ଅଭିଜ୍ଞ କ୍ରିକେଟର

ନୂଆଦିଲ୍ଲୀ,୨୨।୧୦: ଶ୍ରୀଲଙ୍କା କ୍ରିକେଟ ଟିମ୍‌କୁ ଲାଗିଛି ଝଟକା। ଟି-୨୦ ବିଶ୍ୱକପ୍‌ର ସୁପର-୧୨ରେ ସ୍ଥାନ ପାଇବା ପରେ ଦଳର ପରାମର୍ଶଦାତା ଭାବେ କାମ କରୁଥିବା ପୂର୍ବ ଅଭିଜ୍ଞ କ୍ରିକେଟର ମହିଳା ଜୟବର୍ଦ୍ଧନେ ଦେଶ ଫେରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଦୀର୍ଘ ୧୩୫ ଦିନ ଧରି ଝିଅଙ୍କୁ ଦେଖି ନ ଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଜୁନ ପରଠାରୁ ପ୍ରାୟ ୧୩୫ ଦିନ ଯାଏ ସେ କ୍ୱାରାଣ୍ଟାଇନ୍‌ ଏବଂ ବାୟୋ ବବଲରେ ରହିଥିଲେ। ହେଲେ କ୍ୱାରାଣ୍ଟାଇନ୍‌ ନିୟମ ଏବଂ ବାୟୋ ବବଲର କଟକଣା ଯୋଗୁ ସେ ସ୍ବଦେଶ ଫେରିଯିବେ। ଘରେ ଥାଇ ଟେକ୍ନୋଲୋଜି ମାଧ୍ୟମରେ ଦଳ ସହ ଲଗାତାର ଭାବେ ଯୋଗାଯୋଗରେ ରହିବେ ବୋଲି ଜୟବର୍ଦ୍ଧନେ କହିଛନ୍ତି।

Share