Categories: ଖେଳ

ଦଳକୁ ଫେରିଲେ ଭେଟେରାନ୍‌ ଶିଖା ପାଣ୍ଡେ

ନୂଆଦିଲ୍ଲୀ,୨୯ା୧୨ : ବୁଧବାର ମହିଳା ଟି୨୦ ବିଶ୍ୱକପ ଓ ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ ଶିଖା ପାଣ୍ଡେ। ଭାରତର ଏହି ବରିଷ୍ଠ ବୋଲର ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୨୦୨୧ରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲ। ତେବେ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ ସହିତ ବର୍ଷେ ପରେ ପ୍ରତ୍ୟାବର୍ତ୍ତନ କରଛନ୍ତି। ଶିଖାଙ୍କ ସହିତ ରେଣୁକା ସିଂ, ପୂଜା ବସ୍ତ୍ରକାର ଓ ବାମହାତୀ ଅଞ୍ଜଳି ଶର୍ଭାଣୀଙ୍କୁ ପେସ୍‌ ବୋଲର ଭାବରେ ଦଳରେ ସାମିଲ କରାଯାଇଛି। ସିନିୟର ମହିଳା ଦିନିକିଆ ଟ୍ରଫିରେ ଗୋଆର ନେତୃତ୍ୱ ନେଉଥିବା ଶିଖା ୭ ମ୍ୟାଚରୁ ୧୧ ଉଇକେଟ ନେଇଥିବା ବେଳେ ଆନ୍ତଃ ଜୋନାଲ ଟୁର୍ନାମେଣ୍ଟରେ ୩ ମ୍ୟାଚରୁ ୫ ଉଇକେଟ ନେଇଥିଲେ। ଉଭୟ ଟୁର୍ନାମେଣ୍ଟରେ ତାଙ୍କର ଇକୋନୋମୀ ୪ ରହିଥିଲା।
ବିଶ୍ୱକପ ପାଇଁ ଭାରତୀୟ ଦଳ: ହରମନ୍‌ପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମାନ୍ଧନା, ଶେଫାଳି ବର୍ମା, ୟସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରୋଡ୍ରିଗ୍ବେଜ୍‌, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ଯାଦବ, ରେଣୁକା ଠାକୁର, ଅଞ୍ଜଳି ଶର୍ଭାଣୀ, ପୂଜା ବସ୍ତ୍ରକାର, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ।
ଅତିରିକ୍ତ ଖେଳାଳି: ମେଘନା ସିଂ, ସ୍ନେହ ରାଣା ଓ ସବିନ୍ନେନୀ ମେଘନା।
ଦକ୍ଷିଣ ଆଫ୍ରିକା ତ୍ରିରାଷ୍ଟ୍ରୀୟ ସିରିଜ ଭାରତୀୟ ଦଳ: ହରମନ୍‌ପ୍ରୀତ୍‌ କୌର (ଅଧିନାୟିକା), ସ୍ମୃତି ମାନ୍ଧନା, ୟସ୍ତିକା ଭାଟିଆ, ଜେମିମା ରୋଡ୍ରିଗ୍ବେଜ୍‌, ହରଲିନ୍‌ ଦେଓଲ୍‌, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ, ରେଣୁକା ଠାକୁର, ମେଘନା ସିଂ, ଅଞ୍ଜଳି ଶର୍ଭାଣୀ, ସୁଷମା ବର୍ମା, ଅମନଜୋତ କୌର୍‌, ପୂଜା ବସ୍ତ୍ରକାର,ସ୍ନେହ ରାଣା ଓ ସବିନ୍ନେନୀ ମେଘନା ଓ ଶିଖା ପାଣ୍ଡେ।

Share