ପ୍ରଖ୍ୟାତ ଅଭିନେତ୍ରୀଙ୍କ ପରଲୋକ

ଭେଟେରାନ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୮୬ ବର୍ଷ ହୋଇଥିଲା। ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଯମୁନାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।
ଯମୁନା ୩୦ ଅଗଷ୍ଟ ୧୯୩୬ରେ କର୍ନାଟକର ହାମ୍ପିରେ ଜନ୍ମଗ୍ରହଣ କରିଥିଲେ। ପରେ ତାଙ୍କ ମାତାପିତା ନିପାନି ଶ୍ରୀନିବାସା ରାଓ ଏବଂ କୌଶଲ୍ୟା ଦେବୀ ପରେ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ। ଏହା ପରେ ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାର ଦୁଗିରାଲାରୁ ପ୍ରାଥମିକ ଶିକ୍ଷା କରିଥିଲେ ଏବଂ ସ୍କୁଲ ସମୟରେ ସେ ଜଣେ ମଞ୍ଚ କଳାକାର ଥିଲେ। ଯମୁନାଙ୍କ ପ୍ରକୃତ ନାମ ଜାନା ବାଇ ଥିଲା ଏବଂ ସେ ୧୯୫୩ରେ ୧୬ ବର୍ଷ ବୟସରେ ଗାରିକାପାରୀ ରାଜ ରାଓଙ୍କ ନିର୍ଦ୍ଦେଶିତ ‘ପୁତିଲୁ’ ସହିତ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।
ଚଳଚ୍ଚିତ୍ର ଜଗତ ବ୍ୟତୀତ ଅଭିନେତ୍ରୀ ମଧ୍ୟ ରାଜନୀତିରେ ଭାଗ୍ୟ ପରୀକ୍ଷା କରିଥିଲେ। ସେ ୧୯୮୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତା’ପରେ ସେ ୧୯୮୯ରେ ରାଜମୁଣ୍ଡ୍ରିରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୧ରେ ପରାସ୍ତ ହେବା ପରେ ସେ ରାଜନୀତି ଛାଡିଥିଲେ। ପରେ ସେ ଭାଜପାରେ ଯୋଗ ଦେଇ ୧୯୯୦ ଦଶକର ଶେଷ ଭାଗରେ ଦଳ ପାଇଁ ପ୍ରଚାର କରିଥିଲେ।

Share