Categories: ଖେଳ

୧୧୪ ବର୍ଷ ପରେ କ୍ରିକେଟ୍‌ରେ ଏମିତି କାରନାମା କଲେ ଅଶ୍ୱିନ୍‌

ଚେନ୍ନାଇ,୮।୨:ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ସ୍ପିନର ଭାବେ   ଇନିଂସର ପ୍ରଥମ ବଲରେ ଉଇକେଟ ନେଇଛନ୍ତି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ଓପନର୍‌ ରୋରୀ ବର୍ନସଙ୍କ ଉଇକେଟ ନେଇଥିଲେ। ଜଣେ ସ୍ପିନର ଇନିଂସର ପ୍ରଥମ ବଲରେ ଉଇକେଟ ନେବା ଟେଷ୍ଟ କ୍ରିକେଟ ଇତିହାସରେ ମାତ୍ର ତିନିଥର ଘଟିଛି। ଏହାପୂର୍ବରୁ ୧୮୮୮ ମସିହାରେ ବବି ପିଲ ଏବଂ ୧୯୦୭ରେ ବର୍ଟ ଭୋଗଲର ପ୍ରଥମ ବଲରେ ଉଇକେଟ ନେଇଥିଲେ। ୧୧୪ ବର୍ଷ ପରେ ତୃତୀୟ ଥର ପାଇଁ ଅଶ୍ୱିନ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କୁ ପ୍ରଥମ ବଲରେ ପାଭିଲିୟନକୁ ପଠାଇଲେ। ସୂଚନାଯୋଗ୍ୟ, ରବିଚନ୍ଦ୍ରନ ଅଶ୍ୱିନ୍‌ ପ୍ରଥମ ଇନିଂସରେ ୫୫.୧ ଓଭର ବୋଲିଂ କରି ୧୪୬ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୧୭.୩   ଓଭର ବୋଲିଂ କରି ୬୧ ରନ୍‌ ଦେଇ ୬ ଉଇକେଟ୍‌ ହାସଲ କରିଛନ୍ତି ।