ପରଲୋକରେ ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା ବୋ ହପକିନ୍ସଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ସେ ଅନେକ ସୁପର୍‌ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୭୯ରେ ମୁକ୍ତିଲାଭ କରିଥିବା କମେଡି ଫିଲ୍ମ ‘ଆମେରିକାନ୍‌ ଗ୍ରାଫିଟି’ ପାଇଁ ପ୍ରଶଂସକମାନେ ତାଙ୍କୁ ମନେ ରଖିଛନ୍ତି। ଆଜି ମଧ୍ୟ ପ୍ରଶଂସକମାନେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି।
ହପକିନ୍ସ ୧୯୬୯ରେ ମୁକ୍ତିଲାଭ କରିଥିବା ଫିଚର ଫିଲ୍ମ ‘ଦି ୱାଇଲ୍ଡ ବଞ୍ଚ’ ସହିତ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ‘ଗେଟୱେ’ରେ ଅଭିନୟ କରିଥିଲେ। ଏଥିରେ ସେ ଜଣେ ସହ-ଅଭିନେତା ଭୂମିକାରେ ନଜର ଆସିଥିଲା। ଏହି ଫିଲ୍ମ ୧୯୭୯ରେ ମୁକ୍ତିଲାଭ କରିଥିଲା। ଖୁବ କମ ଲୋକ ଜାଣନ୍ତି ଯେ ସିନେମା ଜଗତରେ ପ୍ରବେଶ କରିବା ପୂର୍ବରୁ ବୋ ମାତ୍ର ୧୬ ବର୍ଷ ବୟସରେ ଆମେରିକାର ସେନାରେ କାର୍ଯ୍ୟ କରିଥିଲେ।

Share