Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ପୁଣି ଜଣେ କ୍ରିକେଟର୍‌

ସେଣ୍ଟଲୁସିଆ,୧୯।୭: ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପରେ ୱେଷ୍ଟଇଣ୍ଡିଜ୍‌ର ଶ୍ରେଷ୍ଠ କ୍ରିକେଟର ଲେଣ୍ଡଲ ସିମନ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।  ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ସିମନ୍ସଙ୍କ କ୍ୟାରିୟର ଭଲ ଥିଲା। ଦିନିକିଆ କ୍ରିକେଟରେ ସିମନ୍ସ ୨ ଶତକ ଏବଂ ୧୬ ଅର୍ଦ୍ଧଶତକ ହାସଲ କରିଛନ୍ତ। ସେ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।
୨୦୦୬ ମସିହାରେ ପାକିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ ପାଇଁ ସିମନ୍ସ ଦିନିକିଆ ଡେବ୍ୟୁ କରିଥିଲେ। ସେ ୨୦୦୭ରେ ଟି -୨୦ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ। ୬୮ଟି ଦିନିକିଆରେ ସିମନ୍ସ ୧୯୫୮ ରନ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ୨ ଶତକ ଏବଂ ୧୬ ଅର୍ଦ୍ଧଶତକ ହାସଲ କରିଥିଲେ। ୬୮ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ସିମନ୍ସ ୧୫୨୭ ରନ କରିଛନ୍ତି। ସେ ୮ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟ ସିମନ୍ସ ମଧ୍ୟ ଖେଳିଛନ୍ତି। ସେ ଏହି ଲିଗରେ ୨୯ଟି ମ୍ୟାଚ ଖେଳି୧୦୭୯ ରନ ସଂଗ୍ରହ କରିଛନ୍ତି। ସିମନ୍ସ ଆଇପିଏଲରେ ଗୋଟିଏ ଶତକ ଏବଂ ୧୧ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠ ସ୍କୋର ୧୦୦ ରନ ରହିଛି।

Share