ବନ୍ତ,୨ ।୪(ସ୍ବ.ପ୍ର.) ପ୍ରାଣୀ ଚିକିତ୍ସା ସାଙ୍ଗକୁ ଘାସ ଚାଷ କରୁଛନ୍ତି। ସାମାଜିକ ସେବା ସହ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଅବିରତ ସେବା ଯୋଗାଇ ଆସୁଛନ୍ତି। ଏବେ ନିଜ ବାଡ଼ିରେ ଘାସ ଚାଷ କରି ଉଦାହରଣ ସାଜିଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପ୍ରାଣୀ ଚିକିତ୍ସାକେନ୍ଦ୍ରର ନିରୀକ୍ଷକ ପ୍ରିୟବ୍ରତ ରାଉତ। ବର୍ଷେ ହେଲା ନିଜ ବାଡ଼ିରେ ପାରା ପ୍ରଜାତିର ଘାସ ଚାଷ କରୁଛନ୍ତି। ଏହାଦ୍ୱାରା ନିଜ ଗାଈଙ୍କ ଖାଦ୍ୟାଭାବ ମେଣ୍ଟାଇବା ସହ ବଳକା ଘାସକୁ ଭଦ୍ରକ ଗୋଶାଳାକୁ ପଠାଉଛନ୍ତି। ଗୋଶାଳାରେ ରହୁଥିବା ଗୋରୁମାନଙ୍କୁ ଘାସ ଯୋଗାଇ ଆତ୍ମସନ୍ତୋଷ ମିଳୁଥିବା କହନ୍ତି ପ୍ରିୟବ୍ରତ। ଏବେ ଗ୍ରାମାଞ୍ଚଳରେ ଚାରଣ ଭୂମି ଅଭାବ ଥିବାରୁ ଗୋପାଳକମାନେ ନିଜ ଜମିରେ ଘାସ ଚାଷ କଲେ ବଜାରରୁ ଗୋଖାଦ୍ୟର ଅଭାବ ପୂରଣ ହୋଇପାରନ୍ତା। ବଜାରରେ ବିକ୍ରି ହେଉଥିବା ଗୋଖାଦ୍ୟଠାରୁ ଚାଷ ହେଉଥିବା ଘାସ ଗାଈକୁ ଖାଇବାକୁ ଦେଲେ ଦୁଗ୍ଧ ଉପତ୍ାଦନ ବୃଦ୍ଧି ହୋଇପାରନ୍ତା ବୋଲି ସେ କହିଛନ୍ତି।