ସ୍ଥଗିତ ହେଲା ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଭୁବନେଶର,୧୭।୨: ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ   ରହିଛି । ସରକାରଙ୍କ ପ୍ରତିତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ପର୍ଯ୍ୟାୟ କ୍ରମେ ସବୁ ଦାବି ପୂରଣ ନେଇ ପ୍ରତିଶୃତି ଦିଆଯାଇଛି । ତେଣୁ ଆନ୍ଦୋଳନ ସ୍ଥଗିତ ନେଇ ପ୍ରାଣୀ ଚିକିତ୍ସକ ସେବା ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ଏକ ମାସ ହେବ  ପ୍ରାଣୀ ଚିକିତ୍ସକ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିଲେ ।
ଖବର ଅନୁଯାୟୀ, ବିଭିନ୍ନ ଦାବି ନେଇ ଗତ ମାସ ୧୮ ତାରିଖରୁ ସମୂହ ଛୁଟି ନେଇ ଧାରଣାରେ ବସିଥିଲେ ପ୍ରାଣୀ ଚିକିତ୍ସକ। ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡିଥିଲେ ଶତାଧିକ ପଶୁ ଓ ପକ୍ଷୀ। ଯାହାକୁ ନେଇ ଜନ ଅସନ୍ତୋଷ ବଢିଥିଲା।
Share