ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଧିକାରୀ

ଆସିକା,୧୭ା୬(ସୁରେନ୍ଦ୍ର ନାଥ ସାହୁ) ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମୋବାଇଲ ଭେଟେରିନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ସେ ଗାଡି ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ଉକ୍ତ ଟଙ୍କା ଜବତ କରିଛି। ଘଟଣାର ଅଧିକ ତଦନ୍ତ ଲାଗି ସାହୁଙ୍କୁ ଭିଜିଲାନ୍ସ ଟିମ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟକୁ ନେଇଛି। ଆସିକା ପ୍ରାଣୀଧନ ଚିକିତ୍ସା କାର୍ଯ୍ୟାଳୟ ଓ ଏହାସଂଲଗ୍ନ ବାସଗୃହ ଓ ଭୁବେନେଶ୍ୱରଠାରେ ସାହୁଙ୍କ ପରିବାର ରହୁଥିବା ଘରେ ଏକା ସମୟରେ ଚଢ଼ାଉ ଚାଲିଛି। ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ନଂ.୭/୨୩ ରେ ଏକ ମାମଲା ରୁଜୁ କରାଯାଇଛି।

Share