ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଅଧିକାରୀ

ଆସିକା,୧୬ା୬(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଅଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡିଛନ୍ତି । ମୋବାଇଲ ଭେଟନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ କରିବା ନିମନ୍ତେ ସେ ଗାଡ଼ି ମାଲିକଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ଉକ୍ତ ଟଙ୍କା ଜବତ କରିଛି । ଘଟଣାର ଅଧିକ ତଦନ୍ତ ଲାଗି ସାହୁଙ୍କୁ ଭିଜିଲାନ୍ସ ଟିମ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟକୁ ନେଇଛି । ଆସିକା ପ୍ରାଣୀଧନ ଚିକିତ୍ସା କାର୍ଯ୍ୟାଳୟ ଓ ଏହାସଲଗ୍ନ ବାସଗୃହ ଓ ଭୁବେନେଶ୍ୱରଠାରେ ସାହୁଙ୍କ ପରିବାର ରହୁଥିବା ଘରେ ଏକା ସମୟରେ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ନଂ.୭/୨୩ ରେ ଏକ ମାମଲା ରୁଜୁ କରାଯାଇଛ।

Share