ଭାପୁରରେ ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ

ଭାପୁର, ୧ା୭(ଭରତ କୁମାର ବେହେରା ): ଭାପୁର ବ୍ଲକର ପ୍ରାଣୀ ଚିକିତ୍ସା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବ୍ଲକର ଜନସାଧାରଣ କୃଷି ସହ ପଶୁ ପାଳନକୁ ପେଶା କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି। ହେଲେ ସରକାରୀ ପ୍ରୋତ୍ସାହନ ଅଭାବ, ଗୋ-ସମ୍ପଦ ବୃଦ୍ଧିରେ ବାଧକ ସୃଷ୍ଟି ହେଉଛି। ଭାପୁର ବ୍ଲକର ୨୦ଟି ପଞ୍ଚାୟତ ପାଇଁ ଭାପୁର ବଜାର ସଦର ମହକୁମାରେ ଗୋଟିଏ ଭେଟେନାରୀ ସେଣ୍ଟର ରହିଛି। ୪ଟି ସବ୍‌ ସେଣ୍ଟର ବଡ଼ସହରା, ବାଉଁଶବାଟୀ, ବାଇଗୁଣିଆ, ଚକ୍ରଧରପ୍ରସାଦ ଗ୍ରାମରେ ରହିଛି। ସେଥିରେ ମଧ୍ୟ କେତେଗୋଟି ପଦବୀ ଖାଲି ପଡ଼ିଛି। ଭାପୁର ବ୍ଲକରେ ୮ଜଣ ପ୍ରାଣୀ ଚିକିତ୍ସକ ରହିବା ଆବଶ୍ୟକ ଥିବାବେଳେ ସରକାର ୪ ଜଣ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥି ମଧ୍ୟରୁ ୩ ଗୋଟି ପଦବୀ ଖାଲି ରହିଛି। ବ୍ଲକରେ ଏବେ ୨୪,୦୯୪ ଗାଈ ବଳଦ, ୮୬୧ ମଇଁଷି ଓ ପଣ୍ଡା, ୫୬୮୨ଟି ଛେଳି ଓ ୪୯୬୯ ମେଣ୍ଢା ରହିଛନ୍ତି। ବ୍ଲକର ଆବଶ୍ୟକ ଅନୁସାରେ, ଆଉ ୨ଟି ଭେଟେନାରୀ ସେଣ୍ଟର ଆବଶ୍ୟକତା ରହିଥିବା ବେଳେ ଅଧିକ ୧୬ଟି ସବ୍‌ ସେଣ୍ଟର ଖୋଲିବା ଦରକାର ପଡୁଛି। ବ୍ଲକରେ ଏବେ ଗୋଟିଏ ଭେଟେନାରୀ ସେଣ୍ଟର ଭାପୁରଠାରେ ରହିଥିବା ବେଳେ ବାଉଁଶବାଟୀ ଓ ବାଇଗୁଣୀଆ ସବ୍‌ ସେଣ୍ଟରକୁ ଅପ୍‌ ଗ୍ରେଡ଼ କରି ୨ଟିକୁ ଭେଟେନାରୀ ସେଣ୍ଟର କରାଯିବାର ଆବଶ୍ୟକତା ରହିଛି। ସେହିପରି ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସବ୍‌ ସେଣ୍ଟର ଖୋଲିଲେ ଆହୁରି ୧୬ଟି ନୂତନ ସବ୍‌ ସେଣ୍ଟର ଆବଶ୍ୟକତା ମେଣ୍ଟାଯାଇ ପାରିବ ବୋଲି ଜଣାଯାଇଛି। ଭାପୁର ବ୍ଲକର ଗଁା ଗହଳିରେ ବେକାର ଯୁବତୀଯୁବକମାନେ ଗାଈ ଫାର୍ମ, ମେଣ୍ଢା, ଛେଳି ଫାର୍ମ କରିବାକୁ ଆଗ୍ରହ ଦେଖାଇଲା ବେଳକୁ ବିଭାଗୀୟ କର୍ମଚାରୀ ଅଭାବ ଓ ଠିକ୍‌ ସେବା ନ ପାଇବାର ଭୟ ସେମାନଙ୍କୁ ପଛକୁ ଟାଣି ନେଉଛି। ଏପରିକି ପଦ୍ମାବତୀ ଓ କରବର ଭଳି ପଞ୍ଚାୟତର ଗୋ ଚାଷୀ ଗୋସେବା ପାଇଁ ୧୨ କିଲୋମିଟର ଦୂର ବାଉଁଶବାଟୀ କିମ୍ବା ଭାପୁର ଆସିବାକୁ ବାଧ୍ୟ ହୋଇଥାନ୍ତି। ଭାପୁର ବ୍ଲକକୁ ଏପରି ଅଣଦେଖା କରାଯିବା ଜନସାଧାରଣଙ୍କୁ ବ୍ୟଥିତ କରୁଛି। ତେଣୁ ଭାପୁର ବ୍ଲକରେ ଅଧିକ ପ୍ରାଣୀ ଚିକିତ୍ସକ ପଦବୀ ପୂରଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ...

ଦଣ୍ଡନାଚରେ କଥା କଟାକଟିରୁ ସଂଘର୍ଷ: ୨ ଗୁରୁତର

ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ...

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image