ରେଭେନ୍‌ଶାର କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ

ଭୁବନେଶ୍ୱର,୨୨।୧(ବ୍ୟୁରୋ):  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସଞ୍ଜୟ କୁମାର ନାୟକଙ୍କୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ଭବେ ନିଯୁକ୍ତି ଦେଇଛନ୍ତି। ସେ ୪ ବର୍ଷ ପାଇଁ କାର୍ଯ୍ୟଭାର ଗ୍ରହଣ କରିବେ । ପ୍ରଫେସର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ ପ୍ଲାଷ୍ଟିକ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ମହାନିର୍ଦ୍ଦେଶକ (ମୁଖ୍ୟ ଏକାଡେମିକ ଅଫିସର) ଭାବରେ କାର୍ଯ୍ୟ କରୁଛନ୍ତି। ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନ ଅଭିଜ୍ଞତା ଅଛି ଏବଂ ସେ ୩୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧୀନରେ ୪୦ ଜଣ ପିଏଚ୍‌ଡି କରିଛନ୍ତି। ଜଣେ ଡିଏସ୍‌ସି କରିଛନ୍ତି।

Share