Categories: ଜାତୀୟ

ଉପରାଷ୍ଟ୍ରପତି ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ…

ନୂଆଦିଲ୍ଲୀ,୧୭।୯ : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ରବିବାର ନୂତନ ସଂସଦ ଗୃହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂସଦୀୟ ପ୍ରକ୍ରିୟା ପୁରୁଣାରୁ ନୂତନ କୋଠାକୁ ସ୍ଥାନାନ୍ତର କରାଯିବ।

ଏଭଳି ପରିସ୍ଥିତିରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି।

ଲୋକସଭା ସଚିବାଳୟ କହିଛି ଧନଖର ନୂତନ ସଂସଦ ଭବନର ଗଜ ଦ୍ୱାର ଉପରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଭି ମୁରଲୀଧରନ ଏବଂ ରାଜ୍ୟସଭା ଓ ଲୋକସଭାର ବିଭିନ୍ନ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ।

Share