Categories: ଜାତୀୟ

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ, ୬।୮: ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ। ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାହା ଶନିବାର ସ୍ଥିର ହେବ। ନୂଆଦିଲ୍ଲୀର ସଂସଦ ଗୃହରେ ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ଭୋଟ ଗଣତି ଆରମ୍ଭ ହେବ। ଉପରାଷ୍ଟ୍ରପତି ନିର୍ବାଚନ ଦୁଇଜଣ ପୂର୍ବତନ ରାଜ୍ୟପାଳ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପକ୍ଷରୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିରୋଧୀ ଦଳଗୁଡ଼ିକ ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ଛିଡ଼ା କରାଇଛନ୍ତି। ବିଦାୟୀ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ରେ ଶେଷ ହେବାକୁ ଥିବାବେଳେ ଆଜି ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ତାହା ଜଣାପଡିବ।

Share