କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ/ଲଣ୍ଡନ,୫।୫: ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ ୬ ମେ’ ଶନିବାରରେ ରାଜ୍ୟାଭିଷେକ ହେବ। ତେବେ ରାଜ୍ୟାଭିଷେକ ସମାରୋହରେ ରାଜ୍ୟ ଓ ସରକାରୀ ମୁଖ୍ୟଙ୍କ ସମେତ ପ୍ରାୟ ୨୦୦୦ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାବେଶରେ ଧନଖର ଯୋଗଦେବେ। ଏଥିନେଇ ଉପରାଷ୍ଟ୍ରପତିଙ୍କ ସହ ତାଙ୍କ ସ୍ତ୍ରୀ ସୁଦେଶ ଧନଖର ମଧ୍ୟ ଲଣ୍ଡନରେ ପହଞ୍ଚିଛନ୍ତି। ବ୍ରିଟେନ ନିକଟରେ ରାଜ୍ୟାଭିଷେକରେ ଯୋଗଦେବା ପାଇଁ ଭାରତ ସମେତ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ନିମନ୍ତ୍ରଣ କରିଥିଲା।

ବ୍ରିଟିଶ ହାଇ କମିଶନର ଏଲେକ୍ସ ଏଲିସ ମେ’ ୨ର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଭେଟି କିଙ୍ଗ ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକ ସମାରୋହର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ବୈଠକ ପରେ ବ୍ରିଟିଶ ହାଇ କମିଶନର କହିଥିଲେ ଯେ, ସମାରୋହରେ ଯୋଗଦେବା ପୂର୍ବରୁ ଉପରାଷ୍ଟ୍ରପତି ଧନଖରଙ୍କୁ ଭେଟିବା ଗୌରବ ରବର ବିଷୟ। ଏଥି ସହିତ ବ୍ରିଟେନ ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି ସେ କହିଥିଲେ।

Share