Categories: ଜାତୀୟ

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କହିଲେ ‘ରିୟର ଭ୍ୟୁ ମିରର୍‌’ ଦେଖିବା କାହିଁକି ଜରୁରୀ…

ନୂଆଦିଲ୍ଲୀ,୭।୬:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ବିଦେଶରେ ଥାଇ ସେ ଲଗାତାର ଭାଜପା ଏବଂ ଆରଏସଏସକୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଭାଜପା ଏବଂ ଆରଏସଏସ ସଂଘ ଭବିଷ୍ୟତକୁ ଦେଖିବାକୁ ଅକ୍ଷମ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭାରତୀୟ କାର୍‌କୁ ରିୟର୍‌ ଭ୍ୟୁ ମିରର୍‌ ଦେଖି ଚଲାଉଛନ୍ତି। ସେଥିପାଇଁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଛି।

ତେବେ ରାହୁଲଙ୍କ ଏହି ବୟାନକୁ ନେଇ ତାଙ୍କ ଉପରେ ବର୍ଷିଛନ୍ତି ଉପରାଷ୍ଟ୍ରପତି ଜଗଦୀପ୍‌ ଧନଖଡ। ସେ କହିଛନ୍ତି, ଦେଶର ସଂସ୍ଥାନଗୁଡିକୁ ନିନ୍ଦା ଏବଂ କଳଙ୍କିତ କରୁଥିବା ଲୋକଙ୍କୁ ଚିହ୍ନିବା ପାଇଁ ରିୟର ଭ୍ୟୁ ମିରର୍‌ରେ ଦେଖିବା ଆବଶ୍ୟକ। ଆପଣ ଦୁର୍ଘଟଣା ଘଟାଉଥିବା ଲୋକଙ୍କ ଠାରୁ ବଞ୍ଚିବା ପାଇଁ ରିୟର ମିରର୍‌ ବ୍ୟବହାର କରିଥା’ନ୍ତି।
୨୦୪୭ମସିହା ବେଳକୁ ଭାରତ ବିଶ୍ୱରେ ଏକ ନମ୍ବର ହୋଇଯିବ। ଦେଶ ଭିତରେ ଅନେକେ ଆମକୁ ଏଥିପାଇଁ ପରଖିବାକୁ ଚେଷ୍ଟା କରିବେ। ଆମେ ଏଥିପାଇଁ ତାଙ୍କୁ ଅନୁମତି ଦେଉଛୁ ବୋଲି ଉପରାଷ୍ଟ୍ରପତି କହିଛନ୍ତି।

Share