ଉପରାଷ୍ଟ୍ରପତି କରୋନା ପଜିଟିଭ୍‌…

ନୂଆଦିଲ୍ଲୀ, ୨୩।୧ : ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ନିଜକୁ ଆଇସୋଲେଶନରେ ରଖିଥିବା ସମ୍ପର୍କରେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍‌ କରି ରବିବାର ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ଏକ ସପ୍ତାହ ପର୍ଯ୍ୟନ୍ତ ଆଇସୋଲେଶନରେ ରହିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

ସମ୍ପ୍ରତି ସେ ହାଇଦ୍ରାବାଦ୍‌ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜନିଜର ପରୀକ୍ଷା କରାଇନେବା ସହିତ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।

ଉପରାଷ୍ଟ୍ରପତି ନେତାଜୀ ସୁଭାଷ ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ କେତେକ ଲୋକଙ୍କୁ ସାକ୍ଷାତ୍‌ କରିଥିଲେ।

ଏବେ ଉପରାଷ୍ଟ୍ରପତିଙ୍କ ସହିତ ମିଳିମିଶା କରିଥିବା ଲୋକଙ୍କ ଟ୍ରାକ୍‌ କରାଯାଇ କ୍ୱାରାଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଉଛି

Share