ଅର୍ଥ ଶୋଷ ଅଭିଯୋଗ ଖଣ୍ଡନ କଲେ କଳାକାର ସଙ୍ଘ ଉପ ସଭାପତି

ଭଦ୍ରକ ଅଫିସ, ୧୨।୬: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଳାକାର ସଙ୍ଘ ଉପ ସଭାପତିଙ୍କ ବିରୋଧରେ ଗତ ୯ ତାରିଖରେ ବାସୁଦେବପୁର ସଙ୍ଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଅବାଧ ପ୍ରବେଶ ସହ ବିଭିନ୍ନ କଳାକାରଙ୍କୁ ଭତ୍ତା ପାଇଁ ଅର୍ଥ ଶୋଷଣ କରୁଥିବା ଅଭିଯୋଗରେ ଦର୍ଶାଯାଇଥିଲା। ସୋମବାର ଚାନ୍ଦବାଲି ଉପସଭାପତି ତ୍ରିଲୋଚନ ପଣ୍ଡା ଜିଲାପାଳଙ୍କ ପାଖରେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ଲିଖିତ ଭାବେ ଜଣାଇଛନ୍ତି। ସେ ଜଣେ ବରିଷ୍ଠ ପାଲା ଗାୟକ। ତାଙ୍କର ଜିଲାରେ ସ୍ବତନ୍ତ୍ର ପରିଚୟ ଅଛି । ବ୍ଲକର କଳାକାର ଭତ୍ତା ହିତାଧିକାରୀଙ୍କ ସମସ୍ୟା ନେଇ ସଂସ୍କୃତି କାର୍ଯ୍ୟାଳୟକୁ ଆସିଥାଏ। ମୋତେ ବଦନାମ କରିବା ପାଇଁ ଷଡଯନ୍ତ୍ର କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

Share