ନୂଆଦିଲ୍ଲୀ, ୨୯।୯: ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ‘ଭାରତର ଉପରାଷ୍ଟ୍ରପତିଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ସେ ଆଜି ସକାଳେ ଟେଷ୍ଟ କରାଇଥିଲେ। ତାଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନ ଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି। ସେ ହୋମ୍ କ୍ୱାରାଣ୍ଟାଇନରେ ରହିଛନ୍ତି। ତେବେ ଭେଙ୍କୟା ନାଇଡୁଙ୍କ ସ୍ତ୍ରୀ ଉଷା ନାଇଡୁଙ୍କ ରିପୋର୍ଟ ନେଗେଟିଭ ଆସିଛି ଏବଂ ସେ ସେଲ୍ ଆଇସୋଲେଶସନରେ ରହିଛନ୍ତି।’