ସ୍ତ୍ରୀଙ୍କୁ ବାର୍‌ ଖୋଲିବାକୁ ମନାକଲେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ନିକଟରେ ଏକ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଟ୍ରେଲର ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଅଭିନେତ୍ରୀ ସାରା ଅଲୀଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି। ଭିକି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। କ୍ୟାଟ୍ରିନା ଘରେ ଏକ ବାର୍‌ ଖୋଲିବାକୁ ଚାହୁଁଥିବା ଭିକିଙ୍କୁ କହିଥିଲେ। ହେଲେ ସେଥିପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା କଥା କ୍ୟାଟ୍ରିନା କହିବାରୁ ଭିକି ଆଶ୍ଚର୍ଯ୍ୟ ହୋଇଥିଲେ। ଏହା ବହୁତ ଦାମୀ ହେବ। ଏହାଠୁ ଭଲ ହେବ ଯେ ମୁଁ ସେଠାରେ ଟ୍ରେ ଧରି ଡ୍ରିଙ୍କ୍‌ ଦେଇ ୱେଟର ହୋଇଯିବି ବୋଲି ଭିକି କହିଥିଲେ। ଏହା ତାଙ୍କ ସିଙ୍ଗିଂ ମୂଲ୍ୟଠାରୁ ବହୁତ ଅଧିକ। ଏହା ହୋଇପାରିବନି ବୋଲି ଭିକି ମନାକଲେ। ତେବେ ଭିକି ୨୦୧୨ରେ ବଲିଉଡ୍‌ରେ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଶେଷ ଥର ପାଇଁ ଚଳଚ୍ଚିତ୍ର ‘ଅଲ୍‌ମୋଷ୍ଟ ପ୍ୟାର୍‌ ଉଇଥ୍‌ ଡିଜେ ମହୋବତ୍‌’ରେ ଦେଖିବାକୁ ମିଳିଥିଲେ। ଆଗକୁ ମଧ୍ୟ ତାଙ୍କ ହାତରେ ୩/୪ଟି ଫିଲ୍ମ ରହିଛି।

Share