ଭୁଲ୍‌ ନ ଥିଲେ ବି ସ୍ତ୍ରୀଙ୍କୁ କ୍ଷମା ମାଗନ୍ତି ବିକି

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡ୍‌ର ପାଓ୍ବାରଫୁଲ୍‌ ଦମ୍ପତି ଭାବେ ଜଣାଶୁଣା। ଉଭୟ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମତ ରଖିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଭି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଯୋଗୁ ମୋ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଥିବା କହନ୍ତି ବିକି। ବେଳେବେଳେ ମୋର ଭୁଲ ନ ଥିଲେ ମଧ୍ୟ ମୁଁ ମୋର ଭୁଲକୁ ଗ୍ରହଣ କରେ ଏବଂ କ୍ୟାଟ୍ରିନାଙ୍କୁ କ୍ଷମା ମାଗିନିଏ। ଏପରି କରିବା ଦ୍ୱାରା ଜୀବନ ସହଜ ହୋଇଯାଏ। ଜଣେ ଅଭିନେତ୍ରୀଙ୍କୁ ବିବାହ କରିବାର ନିଜର ସୁବିଧା ଏବଂ ଅସୁବିଧା ବିଷୟରେ ବିକି କୁହନ୍ତି, ସମାନ ବୃତ୍ତିରୁ ସେମାନେ ପରସ୍ପରର କାର୍ଯ୍ୟସୂଚୀ ବୁଝନ୍ତି। କିନ୍ତୁ ବ୍ୟସ୍ତବହୁଳ ଶୁଟିଂ କାର୍ଯ୍ୟସୂଚୀ ହେତୁ ସେମାନେ ପରସ୍ପର ସହିତ ବିତାଇବାକୁ କମ ସମୟ ପାଇପାରନ୍ତି।
୯ ଡିସେମ୍ବର ୨୦୨୧ରେ ରାଜସ୍ଥାନର ସାୱାଇମାଧୋପୁରରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଏହି ବିବାହରେ କେବଳ ଦମ୍ପତିଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ।

Share