ବିଜ୍ଞାପନରେ ଏକାଠି ନଜର ଆସିବେ ଭିକି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବିବାହ ପରେ ଉଭୟେ ପ୍ରାୟତଃ ଏକାଠି ନଜର ଆସନ୍ତି । ବର୍ତ୍ତମାନ ଉଭୟ ପ୍ରଥମ ଥର ପାଇଁ ଏକାଠି ସ୍କ୍ରିନ ଶେୟାର କରୁଥିବା ଦେଖିବାକୁ ମିଳିଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଦୁହେଁ କୌଣସି ଫିଲ୍ମରେ ସ୍କ୍ରିନ ଶେୟାର କରୁନାହାନ୍ତି ବରଂ ଏକ ବିଜ୍ଞାପନରେ ଏକାଠି ନଜର ଆସିବେ। ତେବେ ବିଜ୍ଞାପନର ଏକ ଫଟୋଶୁଟରୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଯୋଡି ଡିସେମ୍ବର ୨୦୨୧ରେ ବିବାହ କରିଥିଲେ। ତାଙ୍କ ବିବାହକୁ ବ୍ୟକ୍ତିଗତ ରଖିଥିଲେ ଏବଂ କେବଳ ଘନିଷ୍ଠ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ ।

Share