ସାମ୍ନାକୁ ଆସିଲା ଭିକି-କାଟ୍ରିନାଙ୍କ ନିମନ୍ତ୍ରଣ କାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ବୁଧବାର ତାଙ୍କର ହଳଦୀ ଉତ୍ସବ ହୋଇଥିବା ବେଳେ ଗୁରୁବାର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ବିବାହକୁ ନେଇ ସେ ସବୁ ପ୍ରକାର ଆୟୋଜନ କରିସାରିଛନ୍ତି। ହେଲେ ତାଙ୍କ ବିବାହରେ ଫୋନ ଏବଂ ମିଡିଆକୁ ଅନୁମତି ନ ଥିବା ବେଳେ ତାଙ୍କର ବିବାହ ନିମନ୍ତ୍ରଣ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆସନ୍ତାକାଲି ରାଜସ୍ଥାନର ସାଓ୍ବାଇ ମାଧୋପୁରର ଏକ ରିସର୍ଟରେ ଏହି ଯୋଡି ବିବାହ କରିବାକୁ ଯାଉଛନ୍ତି। ତେବେ ତାଙ୍କ ବିବାହରେ ଯୋଗ ଦେବାକୁ ହେଲେ ଆରଟିଫିସିଆଲ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ବିବାହ ମଣ୍ଡପ ଚାରିପଟେ ସୁରକ୍ଷାକର୍ମୀ ନିୟୋଜିତ ଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା।

Share