ବିବାହ ପରେ ପ୍ରଥମଥର ଏକାଠି ଖ୍ରୀଷ୍ଟମାସ ପାଳନ କଲେ ଭିକ୍କି-କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ଷ୍ଟାର କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ବିବାହ ପରେ ପ୍ରଥମ ଥର ଏକାଠି ଖ୍ରୀଷ୍ଟମାସ ପର୍ବ ପାଳନ କରିଛନ୍ତି । ଏହାର କିଛି ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ଉଭୟ ଖୁବ୍ ଖୁସି ଥିବା ଓ ପରସ୍ପର ମଧ୍ୟରେ ହଜିଯାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଘରକୁ ସୁନ୍ଦର ଭାବେ ଖ୍ରୀଷ୍ଟମାସ ଟ୍ରି ଓ ଆଲୋକମାଳରେ ସଜେଇବାର ଫଟୋ ବି କ୍ୟାଟ ଶେୟାର କରିଛନ୍ତି । ପରିବାର ସହ ଏମାନେ ମହା ଆଡମ୍ବରରେ ଖ୍ରୀଷ୍ଟମାସ ପାଳନ କରିବା ସହ ଏକାଠି ଡିନର କରିବାର କିଛି ଫଟୋ ବି ଶେୟାର କରାଯାଇଛି । ଆଉ ଏହି ନ୍ୟୁଲି ୱେଡେଡ କପୁଲଙ୍କ ଏସବୁ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ଥିବାରୁ ହୋଟେଲ କି ରେସ୍ତୋରାଁରେ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ କରିବାକୁ ବାରଣ କରାଯାଇଛି । ତେଣୁ ସେଲିବ୍ରିଟିମାନେ ନିଜ ନିଜ ଘରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ।

Share