ବିବାହ ପରେ ପ୍ରଥମଥର ଏକାଠି କାମ କରିବେ ଏହି ଷ୍ଟାର ଦମ୍ପତି

ମୁମ୍ବଇ; ବଲିଉଡର ସବୁଠାରୁ ଚର୍ଚ୍ଚିତ କପୁଲ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି । ପ୍ରଶଂସକଙ୍କ ମଧ୍ୟରେ ଏହି ଷ୍ଟାର କପୁଲଙ୍କୁ ନେଇ ରହିଛି ଜବରଦସ୍ତ କ୍ରେଜ୍ । ବେଶ କିଛିିଦିନ ଉଭୟ ଡେଟ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି । ଇତିମଧ୍ୟରେ ଖବର ଆସୁଛି କି ଭିକ୍କି ଓ କ୍ୟାଟ୍ରିନା ବିବାହ ପରେ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏହା କୌଣସି ଫିଲ୍ମ ନୁହେଁ ଏହା ହେଉଛି ଏକ ଆଡ ଫିଲ୍ମ ।
ତେବେ ବଲିଉଡ ଇଣ୍ଡଷ୍ଟ୍ରିରେ ଏହା କିଛି ନୂଆ ଘଟଣା ନୁହେଁ । କାରଣ ଏହା ପୂର୍ବରୁ କେତେଜଣ କପୁଲଙ୍କୁ ଆଡ ଫିଲ୍ମରେ ଦେଖିବାକୁ ମିଳିଥିଲା । ଏମାନଙ୍କ ମଧ୍ୟରେ ରହିଛନ୍ତି ଅନୁଷ୍କା-ବିରାଟ, କରିନା-ଶୈଫ ଓ ଆଲିଆ-ରଣବୀରଙ୍କ ଭଳି କଳାକାର । ଏମାନେ ସମସ୍ତେ ଏକାଠି ଆଡ ଫିଲ୍ମରେ କାମ କରିଛନ୍ତି । ଏବେ ଏହି ଲିଷ୍ଟରେ କ୍ୟାଟ୍ରିନା-ଭିକ୍କିଙ୍କ ନାମ ସାମିଲ ହେବାକୁ ଯାଉଛି । ଏମାନେ ଫିଲ୍ମରେ କେବେ ଏକାଠି ନଜର ଆସିବେ ତାହା ଜଣା ନ ଥିଲେ ବି ବିବାହ ପରେ ପ୍ରଥମ କରି କ୍ୟାଟ୍ରିନା-ଭିକ୍କି ଏକାଠି ନଜର ଆସୁଥିବାରୁ ପ୍ରଶଂସକ ବେଶ ଏକ୍ସାଇଟେଡ ଅଛନ୍ତି । କାରଣ ପ୍ରଥମ ଥର ପରଦାରେ ଷ୍ଟାର କପୁଲଙ୍କୁ ଦେଖିବାକୁ ମିଳିବ ।

Share