ଲିକ୍ ହେବନାହିଁ କ୍ୟାଟ୍ରିନା-ଭିକ୍କିଙ୍କ ବିବାହ ଫଟୋ, ରାଇଟ୍ସ ବିକ୍ରି ସରିଛି ଅନ୍ତର୍ଜାତୀୟ ମାଗାଜିନକୁ!

ମୁମ୍ବାଇ: ଏବେ ବଲିଉଡର ବହୁ ଚର୍ଚ୍ଚିତ ଯୋଡି ହେଉଛନ୍ତି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ । ଆଉ ମାତ୍ର ୨-୩ ଦିନ ପରେ ତାଙ୍କର ବିବାହ ହେବ । ଏବେ ଏମାନଙ୍କ ବିବାହକୁ ନେଇ ବହୁତ ପ୍ରକାର ଖବର ସାମ୍ନାକୁ ଆସୁଛି । ଯେମିତିକି ଏମାନେ କେବେ, କେଉଁଠି, କିପରି ବିବାହ କରିବେ । ବିବାହରେ କାହାକୁ ଅତିଥି ଡାକିବେ ଏଥିପାଇଁ କେତେ ଖର୍ଚ୍ଚ ହେବ । ଏମାନଙ୍କ କଷ୍ଟ୍ୟୁମର ଦାମ କେତେ ଇତ୍ୟାଦି ଇତ୍ୟାଦି ।
ଏବେ ଶୁଣିବାକୁ ମିଳିଛି କି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଫଟୋ ଲିକ୍ ହେବନାହିଁ । କାରଣ ସେମାନେ କୁଆଡେ ଏହାର ରାଇଟ୍ସ ଗୋଟିଏ ଅନ୍ତର୍ଜାତୀୟ ମାଗାଜିନକୁ ବିକ୍ରି କରିଦେଇଛନ୍ତି । ଆହୁରି ମଧ୍ୟ ଶୁଣିବାକୁ ମିଳିଛି କି କ୍ୟାଟ୍ରିନା ଓ ତାଙ୍କ ଟିମ ସେହି ମାଗାଜିନର ଇଣ୍ଡିଆନ ଏଡିଶନ ସହ ଖୁବଶୀଘ୍ର ଡିଲ ଫାଇନାଲ କରିବେ । ଏଥିପାଇଁ କ୍ୟାଟ୍ରିନାଙ୍କୁ ମୋଟା ଅଙ୍କର ଅର୍ଥ ବି ମିଳିବ । ଏମିତିବି ଖବର ରହିଛି କି ବିବାହକୁ ଆସୁଥିବା ଅତିଥିଙ୍କଠାରୁ ନନ ଡିକଲାରେଶନ ଏଗ୍ରିମେଣ୍ଟ ବି ସାଇନ୍ କରାଯିବ । ଯାହା ଫଳରେ ବିବାହର କୌଣସି ଫଟୋ ବା ଭିଡିଓ ଲିକ୍ ହୋଇ ପାରିବ ନାହିଁ । କେବଳ ଏହି ଯୋଡି ନୁହେଁ ବଲିଉଡର ଆଉ କେତେଜଣ ଯୋଡି ବି ନିଜ ବିବାହ ବେଳର ଫଟୋ ଓ ଭିଡିଓକୁ କୋଟି କୋଟି ଟଙ୍କାରେ ବିକ୍ରି କରିଛନ୍ତି । ଏପଟେ ଭିକ୍କି-କ୍ୟାଟ୍ରିନାଙ୍କ ବିବାହ ଦିନକୁ ଦିନ ନୂଆ ନୂଆ ମୋଡ ନେଉଛି । ଏମାନଙ୍କ ବିବାହକୁ ନେଇ ବହୁ ଖବର ଆସୁଥିଲେ ବି ଏମାନେ କିନ୍ତୁ ଏପର୍ଯ୍ୟନ୍ତ ବିବାହକୁ ନେଇ ଅଫିସିୟାଲି କିଛି କହି ନାହାନ୍ତି ।

Share