ହନିମୁନରେ ଯିବେନି

ବମ୍ବେ: ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ହାତ ଧରିବେ ସେ। ବିବାହ ସ୍ଥାନ, ଅତିଥିଙ୍କଠାରୁ ଆରମ୍ଭ କରି ପୋଷାକକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି। ପୂର୍ବରୁ ବିକ୍କି-କଟ୍ରିନା ବିବାହ ପରେ ବ୍ରେକ୍‌ ନେବେ ନାହିଁ । କାରଣ ସେମାନେ ହନିମୁନ୍‌ରେ ଯିବେ ବୋଲି କୁହାଯାଉଥିଲା। ହେଲେ ଏବେ ଓଲଟା ଖବର ଶୁଣିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିକ୍କି-କଟ୍ରିନା ବିବାହ ପରେ ହନିମୁନରେ ଯିବେ ନାହିଁ। ସେମାନେ ନିଜ ନିଜ ଫିଲ୍ମର ଶୁଟିଂ ପୂର୍ବଭଳି କରିବାକୁ ଚାହାନ୍ତି। ଏଥିପାଇଁ ଅଯଥା ସମୟ ଅପଚୟ କରିବାକୁ ସେମାନେ ଚାହୁଁନାହାନ୍ତି। କଟ୍ରିନା ବିବାହ ପରେ ‘ଟାଇଗର-୩’ର ଶୁଟିଂକୁ ଫେରିବେ। ଏହାଛଡ଼ା ସେ ଶ୍ରୀରାମ ରାଘବନଙ୍କ ଫିଲ୍ମର ଶୁଟିଂ ବି ଆରମ୍ଭ କରିବେ। ବିବାହ ପରେ ଡିସେମ୍ବରଠାରୁ ସେ ଏହା କରିବେ। ସେହିଭଳି ବିକ୍କି ମଧ୍ୟ ଫିଲ୍ଡ ମାର୍ଶଲ ସାମ ମାନେଶଶୋଙ୍କ ବାୟୋପିକରେ ମଧ୍ୟ ନଜର ଆସିବେ। ଏହାର ଶୁଟିଂ ସେ ବିବାହ ପରେ କରିବେ।

Share