ଭିକ୍କି କୌଶଲ-ଭୂମି ପେଡନେକର କରୋନା ପଜିଟିଭ୍‌

ମୁମ୍ବାଇ,୫।୪: ବଲିଉଡ୍‌ରେ କରୋନା ସଂକ୍ରମଣ ଜାରି ରହିଛି। ସୋମବାର ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ଭୂମି ପେଡନେକର କରୋନା ପଜିଟିଭ୍‌ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଭୂମି ଏବଂ ଭିକ୍କି ସେମାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଭୂମି ତାଙ୍କ ସହିତ ମିଳାମିଶା କରିଥିବା ଲୋକଙ୍କୁ ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଭିକ୍କି ବଲିଉଡ୍‌ରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବା ଟୁଇଟ୍‌ କରି କହିଛନ୍ତି। ଉଭୟେ କରୋନା ମାର୍ଗଦର୍ଶିକା ପାଳନ କରୁଥିବା ନେଇ ସୂଚନା ଦେଇଛନ୍ତି।

Share