ସ୍ତ୍ରୀଙ୍କ ସହ ନ୍ୟୁୟର୍କରେ ପାଳିଲେ ଜନ୍ମଦିନ

ବମ୍ବେ: ନୂଆ ନୂଆ ବିବାହ ସରିଛି। ଏଥିଲାଗି ସ୍ତ୍ରୀ ତଥା ଅଭିନେତ୍ରୀ କଟ୍ରିନା କୈଫଙ୍କ ସହ ସମୟ ବିତାଇବାକୁ ପସନ୍ଦ କରୁଛନ୍ତି ଅଭିନେତା ବିକ୍କି କୌଶଲ। ଅଭିନେତା ମେ’ ୧୬ରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ନ୍ୟୁୟର୍କରେ ସେ ଏହି ଖାସ୍‌ ଦିନକୁ ସେଲିବ୍ରେଟ କରିଥିବା ଦେଖାଯାଇଛି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ବିକ୍କି ଜନ୍ମଦିନ ପାଳନର ଅନେକ ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଥିବା ବେଳେ ଅଭିନେତା ସ୍ତ୍ରୀ ଏବଂ ସାଙ୍ଗମାନଙ୍କ ସହ ମସ୍ତି କରୁଥିବା ନଜର ଆସୁଛନ୍ତି। ଶୁଭେଚ୍ଛୁ ତଥା ପ୍ରଶଂସକଙ୍କୁ ଶୁଭକାମନା ଦେବା ଲାଗି ସେ ଧନ୍ୟବାଦ ମଧ୍ୟ କହିଛନ୍ତି। ପୂର୍ବରୁ କଟ୍ରିନା ଏବଂ ବିକ୍କିଙ୍କ ବାପା ଖୁବ୍‌ ସୁନ୍ଦର ପୋଷ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

Share