ସ୍ତ୍ରୀଙ୍କୁ ହେମାମାଳିନୀଙ୍କ ସହ ତୁଳନା କଲେ ବିକି କୌଶଲ

ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଜଣାଶୁଣା। ନିକଟରେ ଦୁହେଁ ପ୍ରଥମ ବିବାହବାର୍ଷିକୀ ପାଳନ କରିଛନ୍ତି। ବିକି ଏବଂ କ୍ୟାଟ ପ୍ରାୟତଃ ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରୁଥିବା ଦେଖାଯାଏ। ପୁଣି ଥରେ ବିକି କ୍ୟାଟ୍ରିନାଙ୍କ ଗୁଣ ଗଣନା କରିଛନ୍ତି। କେବଳ ଏତିକି ନୁହେଁ, ସେ କ୍ୟାଟ୍ରିନାଙ୍କୁ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କ ସହ ତୁଳନା କରିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି, ଆଜି କ୍ୟାଟ୍ରିନା ଯାହା ବି କିଛି ହୋଇଛନ୍ତି, ନିଜ ଦମ୍‌ରେ ହୋଇଛନ୍ତି। ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ମୁଁ ତାଙ୍କୁ ହୃଦୟରୁ ସମ୍ମାନ କରେ। ହେମାମାଳିନୀଙ୍କ ଭଳି ଅନ୍ତର୍ଜାତୀୟ ପ୍ଲାଟଫର୍ମରେ କ୍ୟାଟ୍ରିନା ମଧ୍ୟ ବଲିଉଡର ପ୍ରତିନିଧିତ୍ୱ କରନ୍ତି। ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି। ସେ କୁହନ୍ତି, ଯଦି ତୁମେ କାହା ବିଷୟରେ ଭଲ କହିପାରିବ ନାହିଁ, ଆଦୌ ସେ ବିଷୟରେ କଥା କୁହ ନାହିଁ।
କ୍ୟାଟ୍ରିନା ଏବଂ ବିକି ୯ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ। ବିକି ଆଜିକାଲି ତାଙ୍କ ଫିଲ୍ମ ‘ଗୋବିନ୍ଦା ନାମ ମେରା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ଓଟିଟିରେ ମୁକ୍ତିଲାଭ କରିଛି। ଅନ୍ୟପକ୍ଷରେ, କ୍ୟାଟ୍ରିନାଙ୍କୁ ଶୀଘ୍ର ‘ମେରି କ୍ରିସମାସ’ ଏବଂ ‘ଟାଇଗର’ ଭଳି ଫିଲ୍ମରେ ଦେଖିବାକୁ ମିଳିବ।

Share