ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ଦାୟିତ୍ୱ ନେବେ ୧୦୦ ବାଉଂସର୍ସ

ମୁମ୍ବାଇ: ବଲିଉଡ୍ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ସବୁଠୁ ଆଗରେ ରହିଛନ୍ତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ । କିଛିଦିନ ହେବ ଉଭୟଙ୍କ ବିବାହକୁ ନେଇ ଚାପା ଆଲୋଚନା ଚାଲିଥିବା ବେଳେ ଏବେ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଡିସେମ୍ବର୭-୯ ପର୍ଯ୍ୟନ୍ତ ରାଜସ୍ଥାନର ସବାଇ ମାଧୋପୁରର ସିକ୍ସ ସେଂସେସ ଫୋର୍ଟରେ ଏହି ବିବାହ ଅନୁଷ୍ଠିତ ହେବ । ଉଭୟ କ୍ୟାଟ୍ରିନା ଓ ଭିକ୍କି ବିବାହକୁ ଅଭୁଲା କରି ରଖିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଛି । ଇତିମଧ୍ୟରେ ଖବର ଆସିଛି କି ଏମାନଙ୍କ ବିବାହରେ ଯୋଗଦେବାକୁ ଆସୁଥିବା ଅତିଥିଙ୍କୁ ଜୟପୁର ବିମାନ ବନ୍ଦରରୁ ସବାଇ ମାଧୋପୁର ନେଇଯିବାକୁ ଶହ ଶହ କ୍ୟାବ ବୁକ କରାଯାଇଛି । ଏହାସହ ଏହି ବିବାହରେ ବି କଡା ସିକ୍ୟୁରିଟି ବ୍ୟବସ୍ଥା ରହିବ । ହୋଟେଲ ସିକ୍ୟୁରିଟି ପରେ ଆହୁରି ୧୦୦ ବାଉଂସର୍ସଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ଜୟପୁରର ଏମଏଚ୍ ସିକ୍ୟୁରିଟି କମ୍ପାନୀ ଏହାର ଦାୟିତ୍ୱ ନେଇଛି । ଫଳରେ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କୁ କୌଣସି ଅସୁବିଧା ହେବ ନାହିଁ । ଆସୁଥିବା ଅତିଥିମାନଙ୍କ ପାଇଁ ରଣଥଂଭୋର ରୋଡରେ ଥିବା କିଛି ଫାଇବ ଷ୍ଟାର ହୋଟେଲ ବୁକ୍ କରାଯାଇଛି । ବିବାହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ଏପର୍ଯ୍ୟନ୍ତ କ୍ୟାଟ୍ରିନା କି ଭିକ୍କି କେହି ଏହାକୁ ଅଫିସିୟାଲି ଘୋଷଣା କରି ନାହାନ୍ତି ।

Share