କ୍ୟାଟ୍ରିନାଙ୍କୁ ବିବାହ କରିବାର ସିକ୍ରେଟ୍‌ କହିଲେ ବିକି

ମୁମ୍ବାଇ: ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ବିବାହକୁ ୪ ମାସ ପୂରିଲାଣି। ରାଜସ୍ଥାନର ସିକ୍ସ ସେନ୍‌ସେସ ଦୁର୍ଗ’ରେ ୯ ଡିସେମ୍ବର ୨୦୨୧ରେ ହଠାତ୍‌ ବିବାହ କରି ଏହି ଯୋଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ସେମାନଙ୍କର ବିବାହ ଏକ ରାଜକୀୟ ତଥା ଗୁପ୍ତ ଭାବରେ କରାଯାଇଥିଲା। ଏହି ସିକ୍ରେଟ ବିବାହର ସୁନ୍ଦର ମୁହୂର୍ତ୍ତ ବିଷୟରେ କହିଛନ୍ତି ବିକି। ଯାହା ଜାଣିଲେ ପ୍ରଶଂସକ ଖୁସି ହେବେ।

ବିବାହ ପରଠାରୁ ବିକି-କ୍ୟାଟ୍ରିନା ଖୋଲାଖୋଲି ଭାବରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରି ଆସୁଛନ୍ତି। ଉଭୟ ପରସ୍ପର ବିଷୟରେ କମ୍‌ କଥା ହୋଇପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିବା ପାଇଁ ସେମାନଙ୍କର ଉପସ୍ଥିତି ଯଥେଷ୍ଟ। ବିକି ‘ହେଲୋ ଇଣ୍ଡିଆ ମାମାଜିନ’ କଭର ପେଜ୍‌ରେ ଆସିବା ସମୟରେ ଲୋକେ କିଛି ଅନୁଭବ କରିଥିଲେ।

ବିକି ନିକଟରେ ‘ହେଲୋ ଇଣ୍ଡିଆ ମାଗାଜିନ’ ପାଇଁ ଏକ ଫଟୋଶୁଟ୍‌ କରିଥିଲେ। ଏହି ସମୟରେ ସେ ତାଙ୍କ ବିବାହ ଏବଂ କ୍ୟାଟ୍ରିନାଙ୍କ ବିଷୟରେ ଅନେକ କଥା କହିଥିଲେ। ସାକ୍ଷାତକାରରେ ଯେତେବେଳେ ବିକିଙ୍କୁ ପଚରାଗଲା- ତୁମେ ତୁମର ବିବାହ ଦିନରୁ ତୁମର ପ୍ରିୟ ମୁହୂର୍ତ୍ତକୁ ଆମ ସହିତ ଶେୟାର କରିପାରିବ କି? ତେଣୁ ବିକି ହସି ହସି ଉତ୍ତର ଦେଲେ, ‘ଏହା କେବଳ କିଛି ସମୟ ପାଇଁ ନୁହେଁ’।

ସେ କହିଥିଲେ, କ୍ୟାଟ୍ରିନାଙ୍କୁ ତାଙ୍କ ସ୍ତ୍ରୀ ଭାବରେ ପାଇଥିବାରୁ ସେ ନିଜକୁ ବହୁତ ଖୁସି ଏବଂ ଗର୍ବିତ ମନେ କରନ୍ତି। କ୍ୟାଟ୍ରିନା ତାଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏକ ବିଶେଷ ପ୍ରଭାବ ପକାନ୍ତି। ନିଜକୁ ଭାଗ୍ୟବାନ ବୋଲି କହିବା ସହ ସେ ଏହା ମଧ୍ୟ କହିଛନ୍ତି, କ୍ୟାଟ୍ରିନାଙ୍କ ପରି ଯଦି ଜଣେ ଜୀବନସାଥୀ ପାଆନ୍ତି ତେବେ ସେ ବୁଝାମଣା, ବୁଦ୍ଧିମାନ ଏବଂ ଦୟାଳୁ ବ୍ୟକ୍ତି ନିଶ୍ଚିତ। ପ୍ରତିଦିନ କ୍ୟାଟ୍ରିନାଙ୍କଠାରୁ ବହୁତ କିଛି ଶିଖନ୍ତି।

ଏ ତ ଗଲା ଦୁହିଁଙ୍କ ବ୍ୟକ୍ତିଗତ ଜୀବନ କଥା। ଯଦି କ୍ୟାଟ୍‌-ବିକିଙ୍କ କାର୍ଯ୍ୟ ଓ୍ବାର୍କଫ୍ରଣ୍ଟ୍‌ ବିଷୟରେ କହିବା ତେବେ ବିକିଙ୍କ ହାତରେ ଅନେକ ଫିଲ୍ମ ଅଛି। ତାଙ୍କୁ ଶେଷଥର ‘ସର୍ଦ୍ଦାର ଉଦାମ୍‌ ସିଂ’ରେ ଦେଖିବାକୁ ମିଳିଥିଲା। ତେବେ ଆଗାମୀ ଦିନରେ ଅଭିନେତ୍ରୀ ଫାତିମା ସନା ଶେଖ୍‌ ଏବଂ ସାନ୍ୟା ମାଲହୋତ୍ରାଙ୍କ ସହ ‘ସାମ ବାହାଦୂର’ରେ ନଜର ଆସିବେ। ଏହା ପରେ ସେ କିଆରା ଆଡଭାନୀଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ନଜର ଆସିବେ। ସେହିପରି ସଲମାନଙ୍କ ‘ଟାଇଗର-୩’ରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ।

Share