ସ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିକି

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ବିଦେଶରୁ ଆସି ବଲିଉଡ୍‌ରେ ପାଦ ରଖି ସଫଳ ହେବ କମ ବଡ଼ କଥା ନୁହେଁ। ଏଥିପାଇଁ କ୍ୟାଟ୍‌ କଠିନ ପରିଶ୍ରମ କରିଛନ୍ତି। ତାଙ୍କ ପରିଶ୍ରମକୁ ସଲାମ କରିଛନ୍ତି ସ୍ବାମୀ ବିକି କୌଶଲ। ସେ ସ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି।
ନିକଟରେ ବିକି କ୍ୟାଟ୍ରିନାଙ୍କୁ ପ୍ରଶଂସା କରି କହିଛନ୍ତି, ସେ ନିଜ ଦମ୍‌ରେ ହେମା ମାଳିନୀ ଏବଂ ରେଖାଙ୍କ ପରି ମହାନ ଅଭିନେତ୍ରୀମାନଙ୍କ ଭଳି ସଫଳତା ହାସଲ କରିଛନ୍ତି। କ୍ୟାଟ୍‌ ସର୍ବଦା କାମରେ ଧ୍ୟାନ ଦିଅନ୍ତି। ସେ ପରିଶ୍ରମୀ ମଧ୍ୟ।
ଓ୍ବାର୍କ ଫ୍ରଣ୍ଟରେ ବିକି ଆଗାମୀ ଦିନରେ ଫିଲ୍ମ ‘ସାମ ବାହାଦୂର’ ଏବଂ କ୍ୟାଟ୍ରିନା ‘ଟାଇଗର-୩’ରେ ନଜରା ଆସିବେ।

Share