ବମ୍ବେ: ବଲିଉଡ୍ରେ ଏବେ ଅଭିନେତା ବିକ୍କି କୌଶଲ ଏବଂ କଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା। ଉଭୟ ଡିସେମ୍ବରରେ ବିବାହ କରିବାକୁ ନେଇ ଅନେକ ଖବର ମଧ୍ୟ ପ୍ରକାଶ ପାଉଛି। ରାଜସ୍ଥାନର ମାଧୋପୁରରେ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଏସବୁ ଆଲୋଚନା ନେଇ କିନ୍ତୁ ଉଭୟ ଚୁପ୍ ରହିଆସୁଥିବା ବେଳେ ଏବେ ବିକ୍କି ନିଜର ଭାବି ସ୍ତ୍ରୀଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି।
ବେୟର ଗ୍ରିଲ୍ସଙ୍କ ସହ ‘ଇନ୍ଟୁ ଦ ଓ୍ବାଇଲ୍ଡ’ ଶୋ’ରେ ବିକ୍କି ଭାଗ ନେଇଥିଲେ। ସେଥିରେ ସେ କହିଛନ୍ତି, ଏଭଳି ସ୍ତ୍ରୀ ଚାହୁଁଛି ଯାହା ପାଖରେ ଆପଣାର ଅନୁଭବ ହେବ। ସେ ଘରଲୋକ ଭଳି ଲାଗିବେ। ଉତ୍ତମ ବୁଝାମଣା ରହିବା ଆବଶ୍ୟକ। ପରସ୍ପରର ଉଭୟ ଭଲ ଏବଂ ଖରାପ ଗୁଣଙ୍କୁ ଭଲପାଇବା ଆବଶ୍ୟକ। ଏଥିସହ ପରସ୍ପରକୁ ପୂର୍ବରୁ ଭଲ କରିବା ଦିଗରେ ଚେଷ୍ଟା କରିବା ଗୁଣ ମଧ୍ୟ ରହିଥିବ।
କହିରଖୁଛୁ, ପଛକୁ ପଛ ଫିଲ୍ମର ଶୁଟିଂ ଥିବାରୁ ଉଭୟ କଳାକାର ନିଜ ବିବାହକୁ ଦେଶ ବାହାରେ କରିବାକୁ ଚାହିଁ ନ ଥିଲେ। କେବଳ କିଛି ସମୟ ବିରତି ନେଇ ସେମାନେ କାମକୁ ଫେରିବେ। ଏଥିପାଇଁ ସେମାନେ ନିଜର ହନିମୁନ ଯୋଜନାକୁ ବି ବାତିଲ କରିଛନ୍ତି। କଟ୍ରିନା ବିବାହ ପରେ ‘ଟାଇଗର-୩’ର ଶୁଟିଂସେଟ୍କୁ ଫେରିବେ। ସେହିଭଳି ଏକାଧିକ ପ୍ରୋଜେକ୍ଟ ଥିବାରୁ ବିକ୍କି ମଧ୍ୟ ଯଥାଶୀଘ୍ର କାମ ଆରମ୍ଭ କରିବେ।