କ୍ୟାଟ୍ରିନାଙ୍କ ପାଇଁ ମୁଁ ଫରଫେକ୍ଟ ସ୍ବାମୀ ନୁହେଁ

ବଲିଉଡ୍‌ର ସୁପରହିଟ୍‌ କପଲ୍‌ଙ୍କ ମଧ୍ୟରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ। ଉଭୟ ଯୋଡିଙ୍କୁ ପ୍ରଶଂସକ ମଧ୍ୟ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ପାଇଁ ଫରଫେକ୍ଟ ସ୍ବାମୀ ନୁହଁନ୍ତି, କିନ୍ତୁ ସେ ନିଜକୁ ପ୍ରତିଦିନ ପ୍ରମାଣିତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ତେବେ ବିକି ଏମିତି କାହିଁକି କହିଛନ୍ତି ତାହାକୁ ନେଇ ଚର୍ଚ୍ଚା ହେଉଛି।
କ୍ୟାଟ୍ରିନାଙ୍କୁ ବିବାହ କରିବା ପରେ ତାଙ୍କ ଜୀବନର ପରିବର୍ତ୍ତନ ଆସିଥିବା ବିକି ଅନେକଥର ଖୋଲାଖୋଲି ଭାବେ କହିଛନ୍ତି। ଯେତେବେଳେ ଜଣେ ଏକାକୀ ଥାଏ ଏବଂ ବିବାହ ପରେ ତା’ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଯଦି ପାର୍ଟନର୍‌ ଜଣଙ୍କ ତାଙ୍କ ଦୃଷ୍ଟିକୋଣକୁ ବୁଝିଥାଏ ତେବେ ଜୀବନ ସହଜ ହୋଇଯାଏ। ମୋ ସହ ଏହା ହିଁ ଘଟିଛି। ବିବାହ ପରେ ମୋ ଜୀବନର ସମସ୍ତ ନକାରାତ୍ମକ ସମସ୍ୟା ସକରାତ୍ମକ ହୋଇଯାଉଛି ବୋଲି କୁହନ୍ତି ବିକି।
ବିକି ଏହା ମଧ୍ୟ କହିଛନ୍ତି, ଯଦି ଦେଖାଯାଏ, ମୁଁ ଜଣେ ଫରଫେକ୍ଟ ସ୍ବାମୀ କିମ୍ବା ଫରଫେକ୍ଟ ପୁଅ ନୁହେଁ। କିନ୍ତୁ ପ୍ରତିଦିନ ମୁଁ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି। ୨୦୨୧ ଡିସେମ୍ବରରେ ବିକି ଏବଂ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Share