କଟ୍ରିନାଙ୍କ ଘରେ ପହଞ୍ଚିଲେ ନୂଆ ପ୍ରେମିକ

ବମ୍ବେ: ଅଭିନେତା ସଲମାନ ପରେ ରଣବିର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥିଲେ କଟ୍ରିନା କୈଫ। ହେଲେ ରଣବିରଙ୍କ ଜୀବନରେ ଆଲିଆ ଭଟ୍ଟଙ୍କ ଏଣ୍ଟ୍ରି ପରେ ବଦଳିଯାଇଥିଲା ସବୁକିଛି। ସେବେଠାରୁ ଏକାକି ଥିବା କଟ୍ରିନାଙ୍କ ଜୀବନରେ ଏବେ ନୂଆ ନାୟକଙ୍କ ଏଣ୍ଟ୍ରି ହୋଇଛି। ସେ ଖୋଲାଖୋଲି ଏହା ସ୍ବିକାର କରି ନ ଥିଲେ ହେଁ ଦୁହେଁ ଏକାଠି ନଜର ଆସୁଛନ୍ତି। ଶୁକ୍ରବାର କ୍ରିସମାସ୍‌ ଉପଲକ୍ଷେ କଟ୍ରିନା ଏକ ପାର୍ଟି ରଖିଥିଲେ। ଏଥିରେ ତାଙ୍କ କଥିତ ପ୍ରେମିକ ବିକ୍କି କୌଶଲ ତାଙ୍କ ଘରେ ପହଞ୍ଚିଥିଲେ। ଏହାର ଏକାଧିକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ନିକଟରେ ଏକ ସାକ୍ଷାତକାରରେ ବିକ୍କିଙ୍କୁ କଟ୍ରିନାଙ୍କୁ ଡେଟ୍‌ କରିବା ବିଷୟରେ ପଚରାଯାଇଥିଲା। ଏହା ଶୁଣି ବିକ୍କି ନା କି ହଁ କହି ନ ଥିଲେ। ବ୍ୟକ୍ତିଗତ ଜୀବନ ହୋଇଥିବାରୁ ସେ ବେଶି କିଛି କହିବାକୁ ଚାହୁଁ ନ ଥିବା କହିଥିଲେ। କାମ ବିଷୟରେ ଯଦି କଥା ହେବା ତାହା ହେଲେ ବିକ୍କିଙ୍କ ଆଗାମୀ ଫିଲ୍ମ ସରଦାର ଉଦ୍ଧମ ସିଂହ ରିଲିଜ ହେବ। ସେହିଭଳି କଟ୍ରିନା ନିଜର ଫିଲ୍ମ ସୂର୍ଯ୍ୟବଂଶୀ ପାଇଁ ବ୍ୟସ୍ତ ଅଛନ୍ତି।

 

Share