ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ବିକି କୌଶଲ

ମୁମ୍ବାଇ: ବଲିଉଡ ଅଭିନେତା ବିକି କୌଶଲଙ୍କୁ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ନଜର ଆସିବେ। ନିର୍ଦ୍ଦେଶକ ଲକ୍ଷ୍ମଣ ଉଟେକା ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନେତା ବିକି କୌଶଲଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ବିକିଙ୍କ ବ୍ୟକ୍ତିତ୍ୱ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ସହ ମେଳ ଖାଉଛି। ସେ ମଧ୍ୟ ଜଣେ ଚମତ୍କାର ଅଭିନେତା। ଆମେ କୌଣସି ଲୁକ ଟେଷ୍ଟ କରିନାହୁଁ, ମୁଁ ନିଶ୍ଚିତ ଯେ ସେ ସମ୍ଭାଜୀ ରୋଲ ପାଇଁ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି ବୋଲି ନିର୍ଦ୍ଦେଶକ କହିଛନ୍ତି। ଛତ୍ରପତି ସମ୍ଭାଜୀ ମହାରାଜ ହେଉଛନ୍ତି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠତା ଶିବାଜୀ ମହାରାଜଙ୍କ ପୂତ୍ର। ତେବେ ଏହି ଫିଲ୍ମର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି କୁହାଯାଉଛି।

Share